ବରଗଡ଼ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମକୁ ନେଇ ରବିବାର ସନ୍ଧ୍ୟା 5 ଘଣ୍ଟା ସମୟରେ ଜରୁରୀ ସୂଚନା ଦେଲେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ | ଆସନ୍ତା 7 ତାରିଖ ବରପାଲି ବ୍ଲକ ଅଫିସ,14 ତାରିଖ ପଦ୍ମପୁର ବ୍ଲକ ଅଫିସରେ,21 ତାରିଖ ବରଗଡ଼ ବ୍ଲକ ଅଫିସ ଓ 28 ତାରିଖ ଗାଇସିଲାଟ ବ୍ଲକ ଅଫିସରେ ବରଗଡ଼ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ହେବ ବୋଲି ସୂଚନା ଦିଆଯାଇଛି | ବରଗଡ଼ ବ୍ଲକ ସ୍ତରରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ହେବା ଦ୍ୱାରା ଅଞ୍ଚଳର ବହୁ ଲୋକେ ସିଧାସଳଖ ଜିଲ୍ଳାପାଳଙ୍କୁ ସମସ୍ୟା ଜଣାଇପାରିବେ ।