ବାରଙ୍ଗ: ନେତାଜୀ ସେତୁରୁ କାଠଯୋଡ଼ି ନଦୀକୁ ଡେଇଁଲେ ନଣନ୍ଦେଇ ସହ ଶଳାଭାଉଜ, ବର୍ତ୍ତିଗଲେ ନଣନ୍ଦ
Barang, Cuttack | Aug 10, 2024 ପାରିବାରିକ ଚୋରା ପୀରତିର ଭୟଙ୍କର ପରିଣତି ଦେଖିବାକୁ ମିଳିଛି । ଶୁକ୍ରବାର ସନ୍ଧ୍ୟାରେ ନଣନ୍ଦେଇ ସହ ଶଳାଭାଉଜ ନେତାଜୀ ସେତୁ ରୁକାଠଯୋଡ଼ି ନଦୀକୁ ଡେଇଁ ପଡିଛନ୍ତି। ସେମାନେ ନିଖୋଜ ଥିବା ବେଳେ ନଣନ୍ଦ ମଧ୍ୟ ଆତ୍ମହତ୍ୟା ଉଦ୍ୟମ କରିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ନଦୀକୁ ଡେଇଁଥିବା ଶଳାଭାଉଜ ଓ ନଣନ୍ଦେଇଙ୍କ ପତ୍ତା ମିଳିପାରି ନାହିଁ। ଆତ୍ମହତ୍ୟା ଉଦ୍ୟମ କରୁଥିବା ବେଳେ ନଣନ୍ଦଙ୍କୁ ଉଦ୍ଧାର କରାଯାଇଛି। ବାରଙ୍ଗ ଓ ମର୍କତନଗର ଥାନା ପୁଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି। ଚୋରା ପୀରତି ଯୋଗୁଁ ଏଭଳି ଅଭାବନୀୟ ଘଟଣା ଘଟିଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି।