ବଲାଙ୍ଗୀର: ଜିଲ୍ଲାପାଳଙ୍କ ସମ୍ବିଳନୀ କକ୍ଷରେ ଜିଲ୍ଲା ଖାଦ୍ୟ ସୁରକ୍ଷା ପରାମର୍ଶଦାତା କମିଟି ବୈଠକ
ବଲାଙ୍ଗୀର – ଜିଲ୍ଲାପାଳଙ୍କ ସମ୍ମଳନୀ କକ୍ଷଠାରେ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ଜିଲ୍ଲାର ଖାଦ୍ୟ ସୁରକ୍ଷା ଅବସ୍ଥା ଓ କାର୍ଯ୍ୟଯୋଜନା ସମୀକ୍ଷା ପାଇଁ ଜିଲ୍ଲା ସ୍ତରୀୟ ପରାମର୍ଶଦାତା କମିଟି ର ବୈଠକ ଆୟୋଜିତ ହୋଇଥିଲା। ବୈଠକ ରେ ଜିଲ୍ଲାପାଳଅଧ୍ୟକ୍ଷତା କରିଥିଲେ। ବୈଠକରେ ଜିଲ୍ଲାରେ ଖାଦ୍ୟ ସୁରକ୍ଷା ନିଶ୍ଚିତ କରିବା, ଖାଦ୍ୟ ଦ୍ରବ୍ୟର ଗୁଣଗତା ଯାଞ୍ଚ, ଅବୈଧ ଖାଦ୍ୟ ବିକ୍ରୟ ଓ ମିଶ୍ରଣ ବିରୋଧରେ ଚାଲୁଥିବା ପଦକ୍ଷେପ ସମ୍ପର୍କରେ ଆଲୋଚନା ହୋଇଥିଲା। ସମ୍ବନ୍ଧିତ ବିଭାଗ ଅଧିକାରୀମାନେ ନିଜ ନିଜ ବିଭାଗର କାର୍ଯ୍ୟପ୍ରଗତି ରିପୋର୍ଟ ପ୍ରଦାନ କରିଥିଲେ। ଜିଲ୍ଲାପାଳ ମହାଶୟ ଉପସ୍ଥିତ ଅଧିକାରୀମାନ