ବାରିପଦା ମ୍ୟୁନିସିପାଲଟି: ଗାନ୍ଧୀ ପାର୍କରେ ବିଜେଡି ପକ୍ଷରୁ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ ଏବଂ ଜନ ସଂପର୍କ ପଦଯାତ୍ରା ଅଭିଯାନ ସମ୍ପର୍କିତ ପ୍ରସ୍ତୁତି ବୈଠକ
ବାରିପଦାରେ ଜିଲ୍ଲା ବିଜେଡି ପକ୍ଷରୁ ପବିତ୍ର ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ଗୁରୁବାର ସକାଳ ପ୍ରାୟ ୧୨ଟାରେ ବିଜେଡି ଦଳର ଜିଲ୍ଲା ସଭାପତି ସୁଦାମ ମାରାଣ୍ଡିଙ୍କ ନେତୃତ୍ବରେ ଅନେକ ବିଜେଡି କର୍ମୀ ମାନେ ସ୍ଥାନୀୟ ଗାନ୍ଧିପାର୍କ ଠାରେ ଥିବା ମହାତ୍ମାଗାନ୍ଧୀ, ଲାଲବାହାଦୂର ଶାସ୍ତ୍ରୀ ଏବଂ କସ୍ତୁରବା ଗାନ୍ଧିଙ୍କ ପ୍ରତିର୍ମୂିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।