ଖଲ୍ଲିକୋଟ୍: ଖଲ୍ଲିକୋଟ ଜଗନ୍ନାଥ ମନ୍ଦିର ସମ୍ମୁଖରେ ବଡ଼ ବଡ଼ୁଆଙ୍କୁ ଡାକିବା ପାଇଁ ହଜାର ହଜାର ଭକ୍ତଙ୍କ ସମାଗମ
ପବିତ୍ର ଦୀପାବଳି ଅବସରରେ ଖଲ୍ଲିକୋଟ ଶ୍ରୀ ଜଗନ୍ନାଥ ମନ୍ଦିର ସିଂହଦ୍ଵାର ସମ୍ମୁଖରେ ନିଜ ପିତୃ ପୁରୁଷଙ୍କୁ ପୟାଶ୍ରାଦ୍ଧ ଦେବା ସହ କାଉଁରିଆ କାଠି ଜଳାଇ ବଡ଼ ବଡ଼ୁଆଙ୍କୁ ଡାକିବା ପାଇଁ ଆଜି ଅପରାହ୍ନ ୩ ଟା ସମୟରେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିବା ଦେଖିବାକୁ ମିଳିଛି । ଶ୍ରୀ ଜଗନ୍ନାଥ ମନ୍ଦିର ସମ୍ମୁଖରେ ଖଲ୍ଲିକୋଟ ତଥା ଏହାର ଆଖପାଖ ଅଞ୍ଚଳରେ ଥିବା ଗ୍ରାମାଞ୍ଚଳରୁ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଆସି ନିଜ ପିତୃ ପୁରୁଷଙ୍କୁ ପୟାଶ୍ରାଦ୍ଧ ଦେବା ସହ କାଉଁରିଆ କାଠି ଜଳାଇ ବଡ଼ ବଡ଼ୁଆଙ୍କୁ ଡାକିଛନ୍ତି ।