ଝାରସୁଗୁଡାରୁ ଗିରଫ ୧୨ଜଣ ଅନ୍ତଃରାଜ୍ୟ ସାଇବର ଲୁଟେରା କିପରି ଠକେଇ କରୁଥିଲେ ତାକୁ ନେଇ ସାମ୍ବାଦିକ ସମ୍ମିଳନୀରେ ସବିଶେଷ ସୂଚନା ଦେଇଛନ୍ତି ଝାରସୁଗୁଡା ଏସ୍ପି ଗୁଣ୍ଡାଲା ରେଡ୍ଡୀ ରାଘବେନ୍ଦ୍ର। ତେବେ ଝାରସୁଗୁଡା ରୁ ଦୁଇ ନାବାଳକ ସମେତ ୧୨ଜଣ ଆନ୍ତଃରାଜ୍ୟ ସାଇବର କ୍ରାଇମ ଲୁଟେରା ଗିରଫ କରାଯାଇଥିବା ବେଳେ ଆଜି ଅପରାହ୍ନ ସାଢେ ଚାରିଟା ସମୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କିପରି ଭାବରେ ସାଇବର ଲୁଟେରା ମାନେ ଟଙ୍କା ଲୁଟ କରୁଥିଲେ ଏବଂ ଅନ୍ୟ ରାଜ୍ୟ ସହିତ କିପରି ସଂପର୍କ ରଖୀଥିଲେ ତାକୁ ନେଇ ଗୋଟି ଗୋଟି କରି ଝାରସୁଗୁଡା ଏସ୍ପି ସୂଚନା ଦେଇଛନ୍ତି।