ଲୋକସେବା ଭବନରେ ବରଗଡ଼ର ଲୋକସଭା ସାଂସଦ ପ୍ରଦୀପ ପୁରୋହିତ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଆଜି 11ଟା 30 ମିନିଟ ସମୟ ପାଖା ପାଖି ରେ ସାକ୍ଷାତ୍ କରି ଗନ୍ଧମାର୍ଦ୍ଦନ ପର୍ଯ୍ୟଟନସ୍ଥଳୀର ବିକାଶ ଉପରେ ଆଲୋଚନା କରିଥିଲେ । ଐତିହାସିକ ଓ ଧାର୍ମିକ ମହତ୍ୱ ରଖୁଥିବା ଗନ୍ଧମାର୍ଦ୍ଦନ ପାହାଡ଼ର ପ୍ରାକୃତିକ ପରିବେଶ ପ୍ରତି ଆକୃଷ୍ଟ ହୋଇ ପ୍ରତିବର୍ଷ ଲକ୍ଷାଧିକ ସଂଖ୍ୟାରେ ତୀର୍ଥଯାତ୍ରୀ ଓ ପର୍ଯ୍ୟଟକ ଓଡ଼ିଶା ଓ ଅନ୍ୟରାଜ୍ୟ ମାନଙ୍କରୁ ନୃସିଂହନାଥ ଓ ହରିଶଙ୍କରକୁ ଆସିଥାନ୍ତି । ଗନ୍ଧମାର୍ଦ୍ଦନର ଗୋଟିଏ ପଟେ ବରଗଡ଼ ଜିଲ୍ଲାର ନୃସିଂହନାଥରୁ ଅପର ପାର୍ଶ୍ଵରେ ଅବସ୍ଥିତ ବଲାଙ୍ଗିର ଜିଲ୍ଲ