ବାରିପଦା ମ୍ୟୁନିସିପାଲଟି: ବାରିପଦା ଷ୍ଟାଡିୟମ ଠାରେ ନୂତନ ମୟୂରଭଞ୍ଜ ଅଥେଲେଟିକ ଆସୋସିଏସନ୍ର ପ୍ରଶାସନିକ କାର୍ଯ୍ୟାଳୟ ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ
ସୋମବାର ସକାଳ ପ୍ରାୟ ୧୦.୩୦ ଟାରେ ବାରିପଦା ଷ୍ଟାଡିୟମ ଠାରେ ୧କୋଟି ଟଙ୍କା ବ୍ୟୟ ରେ ନବ ନିର୍ମିତ ମୟୂରଭଞ୍ଜ ଅଥେଲେଟିକ ଆସୋସିଏସନ୍ ର ପ୍ରଶାସନିକ କାର୍ଯ୍ୟାଳୟ ର ଉଦଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ ଏହାର ଶୁଭ ଉଦଘାଟନ କରିଛନ୍ତି।