ଦିଗପହଣ୍ଡି: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକର ନିମଖଣ୍ଡିପେଣ୍ଠ ଗ୍ରାମ ପଞ୍ଚାୟତର ସଭାଗୃହ ଠାରେ ଯୁଗ୍ମ ଅଭିଯୋଗ ସୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି
ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକର ନିମଖଣ୍ଡିପେଣ୍ଠ ଗ୍ରାମ ପଞ୍ଚାୟତର ସଭାଗୃହ ଠାରେ ଯୁଗ୍ମ ଅଭିଯୋଗ ସୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହା ଆଜି ଦିନ 10 ଘଣ୍ଟ ସମୟରେ ଅନୁଷ୍ଠିତ ହୋଇଥିବାର ଖବର ମିଳିଥିବା ବେଳେ ଦିଗପହଣ୍ଡି ବିଡିଓ ଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ମାନେ ଯୋଗ ଦେଇ ସାଧାରଣ ଜନତାଙ୍କ ଅଭିଯୋଗ କୁ ଗ୍ରହଣ କରିଥିଲେ । ଏହି ଯୁଗ୍ମ ଅଭିଯୋଗ ସୁଣାଣି କାର୍ଯ୍ୟକ୍ରମ ରେ ବହୁ ଜନ ସାଧାରଣ ଯୋଗ ଦେଇ ନିଜର ସମସ୍ୟା ବିଷୟ ଅଭିଯୋଗ କରିଥିଲେ ।