ଟିକାବାଲି ଠାରେ ବ୍ଲକ୍ ସ୍ତରୀୟ ମତ୍ସ୍ୟ ପ୍ରାଣୀ ସମ୍ପଦ ଖାଦ୍ୟ ମେଳା ଅନୁଷ୍ଠିତ ହୋଇଛି।ଏହାକୁ ବିଧାୟକ ପ୍ରଫୁଲ୍ଲ କୁମାର ପ୍ରଧାନ ଉଦଘାଟନ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ବ୍ଲକ୍ ଅଧ୍ୟକ୍ଷ ଦିଲୀପ କହଁର,କୃଷି ଅଧିକାରୀ ସୁନିଲ ମଲ୍ଲିକ,ସସ୍ମିତା ଜେନା,ପୂଜା ପ୍ରଧାନ,ସନକ ନାୟକ,ଅନନ୍ତ ମଲ୍ଲିକ,ସ୍ଵଧର୍ମ ରାଉଳ,ମିନ୍ମୟ ବେହେରା ପ୍ରମୁଖ ଯୋଗ ଦେଇଥିଲେ।ମାଣ୍ଡିଆ ରୁ ପ୍ରସ୍ତୁତ ବହୁ ଖାଦ୍ୟ ସାମଗ୍ରୀ ପ୍ରଦର୍ଶନ କରାଯାଇଥିଲା।ବିଧାୟକ ଓ ଅନ୍ୟ ଅତିଥି ମାନେ ଏହାକୁ ଦେଖିବା ସହ ଖାଇଥିଲେ।ଶ୍ରୀ ଅର୍ଣ ଯୋଜନା ପକ୍ଷରୁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।