କୋମନା: ଚାମ୍ବର ଅଫ୍ କମର୍ସ ଏବଂ ନ୍ୟାସନାଲ କଲେଜ ନୁଆପଡାର ମିଳିତ ସହଯୋଗରେ ନ୍ଯାସନାଲ କଲେଜ ଠାରେ ଚକ୍ଷୁ ଯାଞ୍ଚ ଶିବିର ସେମିନାର ଅନୁଷ୍ଠିତ
Komna, Nuapada | Aug 23, 2024 ନୂଆପଡା ନ୍ଯାସନାଲ କଲେଜ ଠାରେ ଚକ୍ଷୁ ଯାଞ୍ଚ ଶିବିର ସେମିନାର ଏବଂ ସାମଗ୍ରିକ ସ୍ୱାସ୍ଥ୍ୟ ସମ୍ୱଦ୍ଧୀୟ ସେମିନାର ଆୟୋଜିତ ହୋଇଯାଇଛି। ଶୁକ୍ରବାର ପୂର୍ବାହ୍ନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରାୟପୁର ସି.ଜି. ଶ୍ରୀ ଗଣେଷ ବିନାୟକ ଡାକ୍ତରଖାନାରୁ ଆସିଥିବା ଡକ୍ଟର ଅନିଲ କେ ଗୁପ୍ତାଙ୍କ ଦ୍ୱାରା ଶାରୀରିକ ତଥା ମାନସିକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ପ୍ରେରଣା ଦିଆଯାଇଥିଲା, ଯାହାଦ୍ୱାରା ଛାତ୍ରଛାତ୍ରୀମାନେ ଜୀବନର ମୂଳ ଉଦ୍ଦେଶ୍ୟକୁ ବୁଝିବା ସହ ସେମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ ଆଡକୁ ଆଗେଇ ପାରିବେ ବୋଲି ପରାମର୍ଶ ଦେଇଥିଲେ।