ବୀରମହାରାଜପୁର: ମେଟାକାନୀ ମନ୍ଦିର ପରିସର କୁତମେଣ୍ଡା
ଠାରେ ଉନ୍ମୋଚନ ହେଲା ପୁସ୍ତକ
ବୁଧୁବାର ଦିନ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ୍ ଚଡ଼ାଇପଙ୍କ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମା ମେଟାକାନୀ ମନ୍ଦିର ପରିସର କୁତମେଣ୍ଡା ଠାରେ ପୂଜକ ଶରତ ଧରୁଆଙ୍କ ସଭାପତିତ୍ଵରେ ଆଲୋଚକ ଜିତେନ୍ଦ୍ର ପର୍ଡିଆଙ୍କ ସମ୍ବଲପୁରୀ କବି ଆର୍ କବିତା ପୁସ୍ତକ ଉନ୍ମୋଚିତ ହୋଇ ଯାଇଛି । ମୁଖ୍ୟ ଅତିଥି ଭାବରେ ଡକ୍ଟର ଆଶିଷ ମାହାନା ବୈଜ୍ଞାନିକ ତଥା ସାହିତ୍ୟିକ (ରେଙ୍ଗାଲି)ଯୋଗ ଦେଇଥିଲେ । ପୁସ୍ତକ ସମୀକ୍ଷକ ଭାବରେ କବୟିତ୍ରୀ ସନ୍ଧ୍ୟାରାଣୀ ମେଣ୍ଡୀଲି ପୁସ୍ତକ ସମ୍ପର୍କରେ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ସର୍ବଶ୍ରି ଉଦେ ମେହେର, ଟଙ୍କାଧର ମହଲା, କଏଁତା ମାହାନା ପ୍ରମୁଖ ଉପସ୍ଥିତ ଥିଲେ