ରବିବାର ଅପରାନ୍ହରେ ଜାତୀୟ ରାଜପଥ ନଂ 57 ର ସାହାଜ ପାଲ ଓ କାଶଲପୁରର ମଧ୍ୟବର୍ତ୍ତୀ ସିଦ୍ଧପୁର ନିକଟରେ ଗୋଟିଏ କ୍ରେଟା କାର ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱର ଗଛକୁ ଧକ୍କା ଦେଇ ଦୁର୍ଘଟଣା ଗ୍ରସ୍ତ ହୋଇଛି | ସୂଚନା ଅନୁଯାୟୀ ଗୋଟିଏ କ୍ରେଟା କାର ବରଗଡରୁ ଫୁଲବାଣୀ ଅଭିମୁଖେ ଯାଉଥିବା ବେଳେ ସିଦ୍ଧପୁର ଗ୍ରାମ ନିକଟରେ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ବର ଗଛକୁ ଧକ୍କା ଦେଇଥିଲା l ଫଳରେ କାରର ଆଗ ଅଂଶ ଭାଙ୍ଗି ଯାଇଥିବା ବେଳେ କାରର ବେଲୁନ ବାହାରି ପଡ଼ିବାରୁ ଚାଳକ ବର୍ତ୍ତି ଯାଇଛନ୍ତି l