କୋରାପୁଟ ସହର...ଆଜି ସକାଳ ସାତ ଟା ସମୟରେ କିଛି ଦିନର ବ୍ୟବଧାନ ପରେ କୋରାପୁଟରେ ଶୀତ ଫେରିଛି। କୋରାପୁଟ ର କିଛି ସ୍ଥାନ ରେ ରାତିର ତାପମାତ୍ରା ଦଶ ଡ଼ିଗ୍ରୀ ତଳେ ରହିଚି। ନାଲକୋ ଶିଳ୍ପାଞ୍ଚଳ ରେ ରାତିର ତାପମାତ୍ରା ପାଞ୍ଚ ଡିଗ୍ରୀ ରହିଥିବା ବେଳେ ଲମତାପୁଟ ରେ ଆଠ ଡ଼ିଗ୍ରୀ ରହିଚି। ଜାଡ ରୁ ରକ୍ଷା ପାଇବା ପାଇଁ କୋରାପୁଟ ରାମ ମନ୍ଦିର ମୁନା ଚା ଦୋକାନ ରେ ପ୍ରବଳ ଭିଡ଼ ଜମୁଛି। ଚା ପିୟି ଲୋକେ ଶୀତ ଦାଉରୁ ଉପଶମ ପାଉଛନ୍ତି। ଏ ନେଇ ଚା ଦୋକାନ ଲୋକଙ୍କ ସହ ଅଧିକ ଆଲୋଚନା କରିଚନ୍ତି କୋରାପୁଟ ପ୍ରତିନିଧି ସୌମ୍ୟ ରଞ୍ଜନ ସାହୁ।