ରାଜନୈତିକ ବିଜ୍ଞାନ ବିଭାଗ ପକ୍ଷରୁ “ଆମ୍ବେଦକର ଓ ସାମାଜିକ ନ୍ୟାୟ” ଶୀର୍ଷକ ଉପରେ ଏକ ସେମିନାର ଆୟୋଜିତ ହୋଇଯାଇଛି। ଏଥିରେ ସମୁଦାୟ ୮୪ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ସେମିନାରରେ ଦେବକୀ ବାଗ, ରମା ନାଗ, ସୁଭମ ପାତ୍ର ଓ ବିଦ୍ୟାଧର କୁମ୍ଭାର ପ୍ରବନ୍ଧ ପ୍ରସ୍ତୁତ କରିଥିଲେ। କାର୍ଯ୍ୟକ୍ରମକୁ ବିଭାଗାଧ୍ୟକ୍ଷ ଶ୍ରୀ ଶାନ୍ତନୁ କୁମାର ପାଢ଼ୀ ସମ୍ବୋଧନ କରି ଡା. ବି.ଆର୍. ଆମ୍ବେଦକରଙ୍କ ସାମାଜିକ ନ୍ୟାୟ ସମ୍ବନ୍ଧୀୟ ଅବଦାନ ଉପରେ ଆଲୋକପାତ କରିଥିଲେ।