ଦେଓଗାଁ ଥାନା ଅଧୀନରେ ଥିବା ବନ୍ଦ ପଡ଼ା ପୋଲିସ ଫାଣ୍ଡି ଅନ୍ତର୍ଗତ ଆମ ଘାଟ ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଛି। ଗ୍ରାମର ଅର୍ଜୁନ ଧରୁଆ, ବୟସ ପ୍ରାୟ ୨୫ ବର୍ଷ, ଧାନ କାଟିବା ମେସିନରେ କାମ କରୁଥିବା ବେଳେ ହଠାତ୍ ତାଙ୍କ ହାତ ମେସିନ ଭିତରେ ପଡ଼ିଯାଇଥିଲା। ଏହାର ଫଳରେ ତାଙ୍କ ହାତର ପାପୁଲି ଶରୀରରୁ ସମ୍ପୂର୍ଣ୍ଣ ଭାବେ ଅଲଗା ହୋଇଯାଇଛି। ଗୁରୁତର ଅବସ୍ଥାରେ ଆଜି ରାତି ପ୍ରାୟ ୮ଟା ୧୫ ମିନିଟ୍ ସମୟରେ ତାଙ୍କୁ ଭୀମ ଭୋଇ ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଯୁବକଙ୍କ ଅବସ୍ଥା ଗୁରୁତର ଥିବା ସୂଚନା ମିଳିଛି।