ଦୟାନୀୟ ହୃଦୟବିଦାରକ ଘଟଣା: ଅସହାୟ ବୃଦ୍ଧା ଅନାହାର ଓ ନିର୍ଯାତନା ଅବସ୍ଥାରେ ଉଦ୍ଧାର ବଲାଙ୍ଗୀର ଜିଲ୍ଲା ଦେଓଗାଁ ଥାନା ଅନ୍ତର୍ଗତ ରୁଗୁଡ଼ି ଗ୍ରାମରୁ ଏକ ଅତ୍ୟନ୍ତ ଦୟନୀୟ ଓ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଜିଲ୍ଲା ଓଡ଼ିଆ ଖଣ୍ଡାୟତ୍ ସମାଜର ଉଦ୍ୟମରେ ଜଣେ ଅସହାୟ ବୃଦ୍ଧାଙ୍କୁ ଏକ ପରିତ୍ୟକ୍ତ ଘରରୁ ଅନାହାର ଓ ଅତ୍ୟଧିକ ନିର୍ଯାତନା ଅବସ୍ଥାରେ ଉଦ୍ଧାର କରାଯାଇଛି। ବୃଦ୍ଧାଙ୍କ ଶରୀରର ବିଭିନ୍ନ ସ୍ଥାନରେ ମାଡ଼ ଚିହ୍ନ ଥିବା ସହ ସେ ଦୀର୍ଘଦିନ ଧରି ଖାଦ୍ୟ ଓ ଚିକିତ୍ସାରୁ ବଞ୍ଚିତ ରହିଥିବା ସୂଚନା ମିଳିଛି। ପରିବାର ପକ୍ଷରୁ ଏଭଳି ଅମାନବୀୟ ନିର୍ଯାତନା ଦିଆଯାଉଥିବା ନେଇ ଗୁରୁତର