ତିର୍ତ୍ତୋଲ: ସାଆଁସ ଗ୍ରାମରେ ଚାଲିଥିବା ଏଲ ଆଣ୍ଡ ଟି କମ୍ପାନୀର କାମ ସ୍ଥାନରୁ ସାମଗ୍ରୀ ଚୋରି ସହ ଭଙ୍ଗାରୁଜା ନେଇ ଦୁଇଜଣଙ୍କ ନାମରେ ଅଭିଯୋଗ
ତିର୍ତ୍ତୋଲ ଥାନା ଗୋବିନ୍ଦପୁର ପଞ୍ଚାୟତ ସାଆଁସ ଗ୍ରାମରେ ଚାଲିଥିବା ଏଲ ଆଣ୍ଡ ଟି କମ୍ପାନୀର ପାଣି ପାଇପ ବିଚ୍ଛା କାମ ସ୍ଥାନରୁ ବିଭିନ୍ନ ସାମଗ୍ରୀ ଭଙ୍ଗାରୁଜା ଓ ଚୋରି ଘଟଣାରେ ଥାନାରେ ଦୁଇଜଣଙ୍କ ନାମରେ ଅଭିଯୋଗ ହୋଇଛି। ଏଠାରେ ପାଇପ ବିଚ୍ଛା କାମ ଚାଲିଥିବା ବେଳେ ସ୍ଥାନୀୟ ଅଞ୍ଚଳର ଅରବିନ୍ଦ ରାଉତ ଓ ରବିନ୍ଦ୍ରନାଥ ରାଉତ ବିଭିନ୍ନ ସାମଗ୍ରୀ ଭଙ୍ଗାରୁଜା ସହ ସାମଗ୍ରୀ ଚୋରି କରିନେଇଥିବା ଅଭିଯୋଗ ହୋଇଛି। ଏମାନେ କମ୍ପାନୀ କର୍ମଚାରୀମାନଙ୍କୁ ଭୟଭୀତ କରି ଲୁଟ ପାଟ କରିଥିବା ନେଇ ଥାନାରେ ଅଭିଯୋଗ କରାଯାଇଛି।