ବୀରମହାରାଜପୁର: ବିଶାଳପାଲି- ଅରିଗାଁ ରାସ୍ତାରେ ଏକ ଅଜଣା କାର ଧକ୍କାରେ ଜଣେ ଶ୍ରମିକ ଗୁରୁତର
ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ବିଶାଳପାଲି ଅରିଗାଁ ରାସ୍ତାରେ ଏକ ଅଜଣା କାର ଧକ୍କାରେ ଜଣେ ଶ୍ରମିକ ଗୁରୁତର l ଶ୍ରମିକ ଜଣକ ହେଉଛନ୍ତି ସିନ୍ଦୂରପୁର ପଞ୍ଚାୟତ ଚେରୁପାଳି ଗ୍ରାମର ରକ୍ଷା ବାଗ(୨୭) ବୋଲି ଜଣାପଡିଛି। ଦୁର୍ଘଟଣା ଘଟିବା ପରେ ତାଙ୍କୁ ସ୍ଥାନୀୟ ଲୋକେ ଅଗ୍ନିଶମ ବିଭାଗକୁ ଖବର ଦେଇ ବିନିକା ଡାକ୍ତରଖାନାକୁ ଆଣିଥିଲେ । ଶ୍ରମିକ ଜଣକ ଘାଟିଜାମ ପାଲି ଠାରେ ଥିବା ରାଘବ ରାଇସ ମିଲ ରେ କାମ ସାରି ନିଜ ଘରକୁ ଫେରୁଥିବା ବେଳେ ଏକ ଅଜଣା କାର ତାଙ୍କୁ ଧକ୍କା ଦେଇଥିଲା ।ଶ୍ରମିକଙ୍କ ଅବସ୍ଥା ଗୁରୁତର ଥିବାରୁ ବୁର୍ଲା ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି ।