ରାଜ୍ୟ ନିର୍ବାଚନ କମିଶନ ମଧୁସୂଦନ ପାଢ଼ୀ ଶୁକ୍ରବାର ମଧ୍ୟାହ୍ନରେ ଗଞ୍ଜାମ ଜିଲ୍ଲା ଗସ୍ତରେ ଆସି ପାଇଲେଟ ସର୍ଭେ କାର୍ଯ୍ୟକ୍ରମର ତଡାରଖ କରିଛନ୍ତି।ଜିଲ୍ଲା ର ଛତ୍ରପୁର ବ୍ଲକ ଅନ୍ତର୍ଗତ ଚମାଖଣ୍ଡି ଗ୍ରାମ ପଂଚାୟତ ରେ ଭୋଟର ତାଲିକା ସଂଶୋଧନ ପାଇଲେଟ ସର୍ଭେ କାର୍ଯ୍ୟକ୍ରମ ଜାରି ରହିଛି। ଏନେଇ ରାଜ୍ୟ ନିର୍ବାଚନ କମିଶନ ଶ୍ରୀ ପାଢ଼ୀ ଚମାଖଣ୍ଡି ଗ୍ରାମପଂଚାୟତର ସମ୍ମିଳନୀ କକ୍ଷରେ ପହଂଚି ପାଇଲେଟ ସର୍ଭେ ସମସ୍ତ କାର୍ଯ୍ୟ ଉପରେ ଅନୁଧ୍ୟାନ କରିଛନ୍ତି।