ଗଞ୍ଜାମ ଜିଲ୍ଲା ଚିକିଟୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କତୁରୁ ପଞ୍ଚାୟତ କାର୍ଯ୍ୟାଳୟରେ ଆସନ୍ତା କାଲି ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହେବ। ସେହିପରି ପାତ୍ରପୁର ବ୍ଲକର ଜୟନ୍ତୀପୁର ପଞ୍ଚାୟତରେ ମଧ୍ୟ ଆସନ୍ତା କାଲି ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହେବ। ଉକ୍ତ ୨ ପଞ୍ଚାୟତ କାର୍ଯ୍ୟାଳୟରେ ପଞ୍ଚାୟତ ସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହେବ। ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ରବିବାର ଅପରାହ୍ନରେ ଏହି ସୂଚନା ମିଳିଛି।