ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଳକ ଅନ୍ତର୍ଗତ ଗୋଛରା ଗ୍ରାମରେ ବିଶ୍ୱ ଭାତୃତ୍ବ ଦିବ୍ୟାତ୍ମା ପରିଷଦ ଅଚ୍ୟୁତ ଗୁପ୍ତବ୍ରହ୍ମ ସଂଘ କ୍ଷିତିଜ୍ୟୋତି ଆଶ୍ରମ ସ୍ବର୍ଣ୍ଣକ୍ଷେତ୍ର ଆନୁକୁଲ୍ୟରେ ଚାଲିଥିବ ସତସଙ୍ଗ କାର୍ଯ୍ୟକ୍ରମ ସୋମବାର ସମାପନ ହୋଇଯାଇଛି। ଏଥିରେ ଠାକୁର ଶ୍ରୀ ଶ୍ରୀ କେଶବ ଚନ୍ଦ୍ରଙ୍କ ପୂଜାର୍ଚ୍ଚନା ସହିତ ତାଙ୍କ ଦୀପ ପ୍ରଜ୍ଜ୍ୱଳନ, ଶ୍ରୀ କେଶବାଷ୍ଟକମ, ପୂଜା, ଗୁରୁବନ୍ଦନା, ପ୍ରାର୍ଥନା, ଧ୍ୟାନ, ସନ୍ଦେଶ ପତ୍ର ପାଠ, ମହାମନ୍ତ୍ର ଓ ଭଜନ କୀର୍ତ୍ତନ ସହିତ ଚରମ ଶାସ୍ତ୍ର ପାଠ ଅନୁଷ୍ଠିତ ହୋଇଥିଲା।