ଧର୍ମଗଡ: ଧର୍ମଗଡ ରେ ନୂତନ ବିଜେଡି ଜିଲ୍ଲା ସଭାପତି ଙ୍କୁ ସମ୍ବର୍ଦ୍ଧନା
କଳାହାଣ୍ଡି ଜିଲ୍ଲାରେ ବିଜେଡି ଦଳର ନୂତନ ସଭାପତି ଭାବରେ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀ ମନୋନୀତ ହୋଇଥିବା ବେଳେ ଜିଲ୍ଲାର ବିଭିନ୍ନ ସ୍ଥାନରେ ସମ୍ବର୍ଦ୍ଧିତ ହେଉଛନ୍ତି। ଧର୍ମଗଡ ଡାକବଙ୍ଗଳା ଠାରେ ଧର୍ମଗଡ ବିଜୁ ଜନତା ଦଳ ପକ୍ଷରୁ ମଧ୍ୟ ସମ୍ବର୍ଦ୍ଧନା ଜଣାଇଛନ୍ତି।ଏହି ଅବସରରେ ସଂଗଠନ କିଭଳି ତୃଣମୂଳ ସ୍ତରରେ ସଂଗଠିତ ହୋଇପାରିବ ସେ ବିଷୟରେ ଜିଲ୍ଲା ସଭାପତି ଶ୍ରୀ ଦିଶାରୀ ଦଳୀୟ କାର୍ଯ୍ୟକର୍ତାଙ୍କ ସହିତ ଆଲୋଚନ କରିଥିଲେ।