ଝାରସୁଗୁଡା ଜିଲ୍ଲା ସିରିଆପାଲି ଠାରେ ପାଉଁଶ ପୋଖରୀ ନିର୍ମାଣ ପ୍ରସଙ୍ଗରେ ଝାରସୁଗୁଡା ବିଜେଡିକୁ କାଉଣ୍ଟର କରି ଝାରସୁଗୁଡା ଜିଲ୍ଲା ବିଜେପି ପକ୍ଷରୁ ସ୍ଥାନୀୟ ବିଟିଏମ୍ ସ୍ଥିତ ବିଜେପି କାର୍ଯ୍ୟାଳୟ ଠାରେ ଆଜି ସଂଧ୍ୟା ପାଞ୍ଚଟା ସମୟରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ତେବେ ଆଜି ଝାରସୁଗୁଡା ବିଜେଡି ଦଳ ପକ୍ଷରୁ ସିରିଆପାଲି ଠାରେ ପାଉଁଶ ପୋଖରୀ ନିର୍ମାଣ ପ୍ରସଙ୍ଗରେ ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ କାହିଁକି ଜନସାଧାରଣଙ୍କ ସହିତ ଛିଡାହୋଇ ବିରୋଧ କରୁନାହାନ୍ତି ବୋଲି ପ୍ରଶ୍ନ କରାଯାଇଥିଲା।