ଜୟପୁର: କୋରାପୁଟ ଜିଲ୍ଲା ଗସ୍ତରେ ସମବାୟ ମନ୍ତ୍ରଣାଳୟ ନିର୍ଦ୍ଧେଶକ ଡ.ମୁକେଶ କୁମାରଙ୍କ ଗସ୍ତକୁ ନେଇ କେସିସି ବ୍ୟାଙ୍କ ସଭାଗୃହରେ ବୈଠକ
କେନ୍ଦ୍ରସରକରଙ୍କ ସମବାୟ ବିଭାଗର ବିଭିନ୍ନ ଯୋଜନାର କାର୍ଯ୍ୟକାରିତାର ପର୍ଯ୍ୟବେଷଣ କରିବା ନିମନ୍ତେ କୋରାପୁଟ ଜିଲ୍ଲା ଗସ୍ତରେ ଆସିଥିବା ସମବାୟ ମନ୍ତ୍ରଣାଳୟ ନିର୍ଦ୍ଧେଶକ ଡ.ମୁକେଶ କୁମାରଙ୍କ ଗସ୍ତକୁ ନେଇ ଆଜି ଅପରାହ୍ନ 3ଟାରେ କେସିସି ବ୍ୟାଙ୍କ ସଭାଗୃହରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। କେସିସି ବ୍ୟାଙ୍କ ସଭାପତି ଇଶ୍ବର ଚନ୍ଦ୍ର ପାଣିଗ୍ରାହୀଙ୍କ ସଭାପତିତ୍ବରେ ଆୟୋଜିତ ଏହି ବୈଠକରେ ବ୍ୟାଙ୍କ ସ˚ପାଦକ ଅତୁଲ୍ୟ କୁମାର ମଲ୍ଲିକ ମଞ୍ଚ ପରିଚାଳନା କରିଥିଲେ। ପ୍ରାରମ୍ଭରେ ପାଣିଗ୍ରାହୀ ବ୍ୟାଙ୍କ ଦ୍ବାରା ଗ୍ରହଣ କରାଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ l