ଇଂରାଜୀ ନୂଆବର୍ଷକୁ ନଜରରେ ରଖି ଗୋପାଳପୁର ପୁଲିସ ପକ୍ଷରୁ ପାଟ୍ରୋଲିଂ ଓ ଯାନବାହନ ଯାଞ୍ଚକୁ କଡ଼ାକଡ଼ି କରାଯାଇଛି। ଅମାନିଆ ଗାଡ଼ିଚାଳକ ଓ ମଦ୍ୟପ ଡ୍ରାଇଭର ଧରପଗଡ଼ ଜୋରଦାର ହୋଇଛି। ଜିରୋ ନାଇଟ ଓ ନବ ବର୍ଷକୁ ବେଳାଭୂମିରେ ପର୍ଯ୍ୟଟକଙ୍କ ଗହଳିକୁ ନଜରରେ ରଖି ମଂଗଳବାର ସଂଧ୍ୟାରେ ଥାନାଧିକାରୀ ପ୍ରଶାନ୍ତ କୁମାର ମଲ୍ଲିକଙ୍କ ନେତୃତ୍ବରେ ପୁଲିସ ଟିମ୍ ସ୍ଥାନୀୟ ଥାନା ନିକଟରୁ ଫ୍ଲାଗ ମାର୍ଚ୍ଚରେ ବାହାରି ବେଳାଭୂମିରେ ପହଞ୍ଚି ଥିଲେ।ଏନେଇ ପ୍ରତିକ୍ରିୟା ରଖିଛନ୍ତି ଗୋପାଳପୁର ଥାନା ଅଧିକାରୀ।