ବଲାଙ୍ଗୀର: ମିଶନ କମ୍ପାଉଣ୍ଡରେ କ୍ରିସମସ କପ ୨୦୨୫ ବେଡ୍ମିଣ୍ଟନ୍ ଟୁର୍ଣ୍ଣାମେଣ୍ଟ ଆୟୋଜିତ
ଆଲୋକୀକରଣ ପାଇଁ ସ୍ୱର
ବଲାଙ୍ଗୀର ମିଶନ କମ୍ପାଉଣ୍ଡରେ କ୍ରିସ୍ମସ୍ କପ୍ ୨୦୨୫ ବେଡ୍ମିଣ୍ଟନ୍ ଟୁର୍ଣ୍ଣାମେଣ୍ଟ ଆଜି ପୌରଧକ୍ଷ୍ୟା ଲିକା ଶାହୁ ମୁଖ୍ୟ ଅତିଥି ଭାବେ ଉଦ୍ଘାଟନ କରି ଥିଲେ ଯୁବମାନଙ୍କୁ ମୋବାଇଲ୍ ଆସକ୍ତିରୁ ଦୂରେଇ ସ୍ଵାସ୍ଥ୍ୟ ଏବଂ ଖେଳକୁ ପ୍ରାଥମ୍ୟ ଦେବାକୁ ଆହ୍ୱାନ କରି ଥିଲେ । ଏହି ସମୟରେ ମିଶନ ପଡିଆରେ ଆଲୋକୀକରଣ କରିବକୁ ନେଇ ସ୍ଥାନୀୟ ବିଶପ ଦାବି କରିଛନ୍ତି। ସନ୍ଧ୍ୟାରେ ଖେଳ ସୁବିଧା ଓ ସୁରକ୍ଷା ପାଇଁ ଆଲୋକ ବ୍ୟବସ୍ଥା ଆବଶ୍ୟକ ବୋଲି ସେ କହିଚନ୍ତି ତାଙ୍କର ଦାବିକୁ ପ୍ରତିସାଦ ଦେଇ ପୌରଧକ୍ଷ୍ୟା ଶୀଘ୍ର ଆବଶ୍ୟକ ପଦକ୍ଷେପ ନେବାକୁ ଆଶ୍ୱାସନ ଦେଇଚନ୍ତି