ଜୁଜୁମୁରା: ଜାମଟାଲ ଗାଁ ଭିତରକୁ ପଶିଲା ଦନ୍ତ , ଭୟଭୀତ ଗାଁ ଲୋକେ
ଜାମଟାଲ ଗାଁ ଭିତରକୁ ପଶିଲା ଦନ୍ତ , ଭୟଭୀତ ଗାଁ ଲୋକେ ସମ୍ବଲପୁର ଜିଲ୍ଲା ଯୁଯୁମୁରା ବ୍ଲକ ଜାମଟାଲ ଗାଁ ର ବେତରାପଡା ରେ ମଙ୍ଗଳବାର ସକାଳେ ଖାଦ୍ୟ ଅନ୍ବେଷଣରେ ଏକ ଦନ୍ତାହାତୀ ଗାଁ ଭିତରକୁ ପଶି ଆସିଥିଲା । ଫଳରେ ଗାଁ ଲୋକେ ଭୟଭୀତ ହୋଇପଡ଼ିଥିଲେ । ସୂଚନାଯୋଗ୍ୟ ଯେ ଏକ ଗୋଠ ଛଡା ଦନ୍ତାହାତୀ ଖାଦ୍ୟ ଅନ୍ବେଷଣରେ ଜାମଟାଲ ଗାଁ ର ବେତରାପଡା ଓ ମହାଦେବ ମନ୍ଦିର ନିକଟ କୁ ଚାଲିଆସିଥିଲା । ଗାଁ ଲୋକେ ହାତୀକୁ ଘୋଉଡାଇବାରୁ ୫୫ ନମ୍ବର ଜାତୀୟ ରାଜପଥ ଅତିକ୍ରମ କରି ଜଙ୍ଗଲ ଭିତରକୁ ପଳାଇଥିଲା ।