ଆଗଲପୁର ବ୍ଲକର ବିନ୍ଧାପାଲି ଗାଁରେ ଆୟୋଜିତ ଆଞ୍ଚଳିକ ଧନୁଯାତ୍ରା ମହୋତ୍ସବ ଏବେ ସମଗ୍ର ଅଞ୍ଚଳର ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇଉଠିଛି। ଏହି ପାରମ୍ପରିକ ଲୋକପର୍ବରେ ସ୍ଥାନୀୟ ବିଧାୟକ ତଥା ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଂଗ ଆଜି ରାତି ୮ଟା ସମୟରେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଧନୁଯାତ୍ରା ଅବସରରେ ପୌରାଣିକ ନାଟ୍ୟ, ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଲୋକନୃତ୍ୟ ଦେଖିବା ପାଇଁ ହଜାର ହଜାର ଦର୍ଶକ ଏକତ୍ରିତ ହୋଇଥିଲେ। ମନ୍ତ୍ରୀ ମହାଲିଂଗ ଓଡ଼ିଆ ସଂସ୍କୃତି ଓ ପରମ୍ପରାକୁ ରକ୍ଷା କରିବାରେ ଧନୁଯାତ୍ରା ଭଳି ଲୋକପର୍ବର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କହିଥ