ଝାରସୁଗୁଡା: ବଡ଼ମାଲ ଥାନା ଅଞ୍ଚଳରେ ବେଆଇନ ଜୁଆଖେଳ ଚାଲିଥିବା ପୋଲିସ ଚଡାଉ,୩ ଅଭିଯୁକ୍ତ ଗିରଫ ସହ କୋର୍ଟ ଚାଲାଣ,ନଗଦ ୮୧୦୦ ଟଙ୍କା ଜବତ
ଝାରସୁଗୁଡା ଜିଲ୍ଲା ବଡ଼ମାଲ ଥାନା ଅନ୍ତର୍ଗତ SMC ପ୍ଲାଣ୍ଟ ବାଉଣ୍ଡରି ନିକଟରେ ବେଆଇନ ଜୁଆଖେଳ ଚାଲିଥିବା ବେଳେ ମାଡି ବସିଲା ପୋଲିସ, ତିନି ଅଭିଯୁକ୍ତ ଗିରଫ ସହ କୋର୍ଟ ଚାଲାଣ। ସୂଚନା ଅନୁଯାୟୀ ଝାରସୁଗୁଡା ବଡ଼ମାଲ ଥାନା ଅଞ୍ଚଳରେ smc କାରଖାନା ନିକଟରେ ଗତରାତିରେ ଜୁଆଖେଳ ଚାଲୁଥିବାବେଳେ ପୋଲିସ ତରଫରୁ ଚଢ଼ାଉ କରାଯାଇ ତିନି ଜଣ ଅଭିଯୁକ୍ତକୁ ଗିରଫ କରାଯାଇଥିବା ବେଳେ ଆଜି କୋର୍ଟ ଚାଲାଣ କରାଯାଇଥିବା ନେଇ ଆଜି ସନ୍ଧ୍ୟା ସାତଟା ସମୟରେ ପୋଲିସ ତରଫରୁ ସୂଚନା ଦିଆଯାଇଛି। ତେବେ ଜୁଆଖେଳରେ ବ୍ୟବହୃତ ତାସ ପତ୍ତା, ନଗଦ ୮୧୦୦ ଟଙ୍କା, ଦୁଇଗୋଟି ମୋବାଇଲ ଫୋନ, ଦୁଇଟି ବାଇକ ସମେତ