ଢେପଗୁଡା ସ୍ଥିତ ଅଣ ଓସାରିଆ ପୋଲ ରେ ଟ୍ରକ ଦୁର୍ଘଟଣା। ଭବାନୀପାଟଣା ଓ ରାୟଗଡ଼ା କୁ ସଂଯୋଗ କରୁଥିବା ୬ନମ୍ବର ରାଜ୍ୟ ରାଜପଥ ରେ ଏକ ମାଲ ବୋଝେଇ ଟ୍ରକ ଟି ଦୁର୍ଘଟଣା ର ଶିକାର ହୋଇ ଦେଖିବାକୁ ମିଳିଛି।ଖବର ଅନୁସାରେ ଟ୍ରକ ଭବାନୀପାଟଣା ପଟୁ ବିଶାଖାପାଟଣା ଅଭିମୁଖେ ଯାଉଥିବା ସମୟରେ ଅଣସରିଆ ଓ ଉଠାଣି ଥିବା ଯୋଗୁଁ ଉପର ଚଢି ନ ପାରି ପଛକୁ ଟ୍ରକ ଗଢି ଆସି ସୁରକ୍ଷା ବାଡ ଉପରେ ଚଢି ଯାଇଥିବା ସୁଚନା ମିଳିଛି। ଟ୍ରକ ସୁରକ୍ଷା ବାଡ ଉପରେ ଝୁଲି ରହିଥିବା ଦେଖିବାକୁ ମିଳିଛି।ଆଜି ଶୁକ୍ରବାର ସକାଳ ନ ଘଣ୍ଟା ସମୟରେ ଘଟଣା ଘଟି ଥିବା ଖବର ମିଳିଛି।