ଜୟପୁର ସଦରଥାନା ଅନ୍ତର୍ଗତ ପୁଟରା ରୁ ଖଇରିମୁଣ୍ତି ଆସୁଥିବା ସମୟରେ ଖଇରିମୁଣ୍ତି ନିକଟରେ ବାଇକ ଦୁର୍ଘଟଣାରେ ଜଣେ ଯୁବକ ଗୁରୁତର ଥିବା ନେଇ ସଦରଥାନାରେ ଅଭିଯୋଗ ହୋଇଛି। ଏନେଇ ଆଜି ରାତ୍ର 8ଟାରେ ସଦର ପୋଲିସ ତରଫରୁ ସୂଚନା ଦିଆଯାଇଛି l ପୁଲିସ ସୂଚନା ଅନୁଯାୟୀ ପ୍ରହଲ୍ଲାଦ ହରିଜନ ଓ ତାଙ୍କ ପୁଅ ରିୟାଜ୍ ହରିଜନ ଦୁଇଜଣ ଏକ ବାଇକରେ ଖଇରିମୁଣ୍ତି ଆସୁଥିବା ସମୟରେ ବିପରିତ ଦିଗରୁ ଅନ୍ୟ ଏକ ମଟର ସାଇକଲ ଆସି ଧକ୍କା ଦେଇଥିଲା। ଫଳର ପ୍ରହଲ୍ଲାଦ ହରିଜନ ଛିଟିକି ପଡିବା ଫଳରେ ତାଙ୍କ ଗୋଡ ଏବ˚ ମୁଣ୍ତରେ ଗୁରୁତର ଆଘାତ ଲାଗିଥିଲା।