ଆଜି ଜାନୁଆରୀ 17 ତାରିଖ ଶନିବାର ଅପରାହ୍ନ 3:15 ସମୟରେ ଘଟିଛି ଏହି ଦୁର୍ଘଟଣା। ଅଳ୍ପକେ ବର୍ତ୍ତି ଛନ୍ତି କାର ଚାଳକ। ଘଟଣାଟି ଘଟିଛି ହେମଗିର ଥାନା ଡୁଡୁକା ଗୋଲେଇ ଛକ ନିକଟରେ। କାର ଚାଳକ କୁମୁଦ ଗର୍ଡିଆ ଅଳ୍ପକେ ବର୍ତ୍ତଛନ୍ତି। ହେଲେ ତାଙ୍କ ଗାଡ଼ି ଚୁର ମାର ହୋଇଛି। ତେବେ ଟ୍ରଲର ଚାଳକ ଟ୍ରଲର ଛାଡି ନିମିଷକ ମଧ୍ୟରେ ଫେରାର ହୋଇ ଯାଇଛି। ଏହାକୁ ନେଇ ଉତ୍ତ୍ୟକ୍ତ ଲୋକେ କ୍ଷତି ପୂରଣ ଦାବିରେ ରାସ୍ତା ଅବରୋଧ କରି ରଖିଛନ୍ତି। ଅପରପକ୍ଷେ ହେମଗିର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଥିବା ଜଣା ପଡିଛି।