ଦେବଗଡ: ଆମ୍ବଗାଁ ନିକଟରେ ବିଦ୍ୟୁତ ପୋଲକୁ ଧକ୍କା ଦେଲା କାର, ଅଳ୍ପକେ ବର୍ତିଲେ କାର ଯାତ୍ରୀ
ବାରକୋଟ ଥାନା ଅନ୍ତର୍ଗତ ଆମ୍ବଗାଁ ନିକଟରେ ଭାରସାମ୍ୟ ହରାଇ ଆଜି ଏକ କାର ଦୁର୍ଘଟଣା ହୋଇଛି । ଦୁର୍ଘଟଣାରେ କାର ଯାତ୍ରୀ ଅଳ୍ପକେ ବର୍ତି ଯାଇଥିବା ଜଣାପଡିଛି । ସୂଚନା ଅନୁଯାୟୀ ଆଜି ପ୍ରାତଃ ସମୟରେ ଏକ କାର ଭୁବନେଶ୍ୱର ରୁ ରାଉରକେଲା ୧୦ ନମ୍ବର ରାଜ୍ୟ ରାଜପଥରେ ଫେରୁଥିଲା । ଗାଡି ଚାଳକ ଶୋଇ ପଡିବାରୁ ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ୨ ଟି ବିଦ୍ୟୁତ ପୋଲକୁ ଧକ୍କା ଦେଇଥିଲେ । ଫଳରେ ଉକ୍ତ ଦୁଇ ବିଦ୍ୟୁତ ପୋଲ ଭାଙ୍ଗି ଯାଇଥିବା ବେଳେ କାରଟି ମଧ୍ୟ ଭାଙ୍ଗିରୁଜି ଯାଇଛି । ଏଥିସହ ରାସ୍ତା କଡକୁ କାରଟି ଖସି ପଡିଥିବା ବେଳେ କାର ଭିତରେ ଥିବା ୬ ଜଣ ଯାତ୍ରୀ ଅଳ୍ପକେ ବର୍ତି ଯାଇଛନ୍ତି