ବାମରା ବ୍ଲକ ଅନ୍ତର୍ଗତ ଟାଙ୍ଗରମୁଣ୍ଡା ଠାରେ ବିଷାକ୍ତ ଚିତି ସାପ କାମୁଡ଼ାରେ ଜଣେ ଶିଶୁ ଆହତ ହୋଇଥିବା ବେଳେ ତାଙ୍କୁ ସୁନ୍ଦରଗଡ଼ କୁ ରେଫର କରାଯାଇଛି। ସୂଚନା ଅନୁସାରେ ଟାଙ୍ଗରମୁଣ୍ଡା ଗ୍ରାମର ନିଶାର ବାଗଙ୍କ ପୁଅ ସୁଭାସିସ ବାଗ ଶୁକ୍ରବାର ସନ୍ଧ୍ୟା ରେ ନିକଟସ୍ଥ ପଡ଼ିଆ ରେ ଶୌଚ ପାଇଁ ଯାଉଥିବା ବେଳେ ତାଙ୍କ ଗୋଡ଼ରେ ଏକ ବିଷାକ୍ତ ଚିତ୍ତି ସାପ କାମୁଡ଼ି ଦେଇଥିଲା। ଏହା ଦେଖି ତାଙ୍କ ପରିବାର ଲୋକ ତାଙ୍କୁ ଉଦ୍ଧାର କରି ଗୋବିନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରିଥିବା ବେଳେ ସେଠାରେ ତାଙ୍କ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ସୁନ୍ଦରଗଡ଼ ମେଡ଼ିକାଲ କଲେଜ କୁ ସ୍ଥାନାନ୍ତରିତ କରାଯାଇଛି।