ସମ୍ଭାବ୍ୟ ବାତ୍ୟା ଲାଗି ଅଶାନ୍ତ ରହିଛି ସମୁଦ୍ର।ଏଥିପାଇଁ ସମୁଦ୍ର କୂଳକୁ ପର୍ଯ୍ୟଟକ ଓ ସ୍ଥାନୀୟ ବାସିନ୍ଦା ଙ୍କ ଯିବାକୁ ବାରଣ କରାଯାଇଛି। ଗତକାଲି ଏନେଇ ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ ସୂଚନା ଦେଇଥିଲେ। କିନ୍ତୁ ସୋମବାର ଅପରାହ୍ନରେ ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ ଆର୍ଯ୍ୟପଲ୍ଲୀ ନିକଟରେ ଥିବା ସମୁଦ୍ର ରେ ଲୋକେ ସରକାରୀ ନିୟମ ମାନୁ ନଥିବା ଦେଖିବାକୁ ମିଳିଛି l