ବଲାଙ୍ଗିର ଜିଲ୍ଲାରେ ପ୍ରଦୂଷଣ ନିୟନ୍ତ୍ରଣକୁ ନେଇ ଆର୍ଟିଓ ପକ୍ଷରୁ କଡା ପଦକ୍ଷେପ। ଆର୍ଟିଓ ବଲାଙ୍ଗିରର ଅଧିକାରୀମାନେ ଜିଲ୍ଲା ଭରି ଥିବା ପଲୁସନ୍ ଅଣ୍ଡର କଣ୍ଟ୍ରୋଲ୍–ପିଉସି ସେଣ୍ଟରଗୁଡ଼ିକର ଆକସ୍ମିକ ଯାଞ୍ଚ କରିଛନ୍ତି। ଯାଞ୍ଚ ସମୟରେ ପିଉସି ସର୍ଟିଫିକେଟ୍ର ସଠିକତା, ମେସିନ୍ର କାର୍ଯ୍ୟକ୍ଷମତା ଓ ସେବାର ଗୁଣମାନ ଯାଞ୍ଚ କରାଯାଇଛି। ନିୟମ ଉଲ୍ଲଂଘନ କରୁଥିବା କେନ୍ଦ୍ରମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନର ସତର୍କତା ଦିଆଯାଇଛି। ଏହି ଅଭିଯାନର ଲକ୍ଷ୍ୟ ହେଉଛି ପରିବେଶ ସୁରକ୍ଷା ସହ ଯାନ ମାଲିକଙ୍କୁ ସଠିକ ସେବା ଦେବା।