ହରିଦ୍ୱାରର ଶାନ୍ତିକୁଞ୍ଜରୁ ଆରମ୍ଭ ହୋଇଥିବା ଜ୍ୟୋତି କଳଶ ରଥ ମଙ୍ଗଳବାର ଦିନ ବାମରା କୁ ଆସି ପହଞ୍ଚିଥିବା ବେଳେ ଉକ୍ତ ରଥ କୁ ଅଞ୍ଚଳ ରେ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଗାୟତ୍ରୀ ପରିବାର ସନ୍ୟୋଜକ ସତ୍ୟଜିତ ସରାଫ ଓ ବିନୟ ପଣ୍ଡା ଙ୍କ ତତ୍ବାବଧାନରେ ଉକ୍ତ ରଥ ବାମରା ସମେତ ବିଭିନ୍ନ ଅଞ୍ଚଳ କୁ ବୁଲିଥିବା ବେଳେ ଏହି ଅବସର ରେ ବିଭିନ୍ନ ସ୍ଥାନରେ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ବାମରା ପରିକ୍ରମା ପରେ ଉକ୍ତ ରଥ କୁଚିଣ୍ଡା ଅଭିମୁଖେ ବାହାରିଥିବା ବେଳେ ଶୁକ୍ରବାର ସନ୍ଧ୍ୟା ୬ ଟା ସମୟରେ ସମସ୍ତ କାର୍ଯ୍ୟକ୍ରମ ସମାପନ ହୋଇଯାଇଛି।