କଟକ ପୌରାଞ୍ଚଳ: ଜଗତପୁର ଥାନା ଅନ୍ତର୍ଗତ ମହାନଦୀ ଯୋବ୍ରା ବ୍ୟାରେଜରୁ ନଦୀକୁ ଖସି ପଡିଥିବା ଜଣେ ଯୁବତୀଙ୍କୁ ରବିବାର ଉଦ୍ଧାର କରାଯାଇଛି।
ଜଗତପୁର ଥାନା ଅନ୍ତର୍ଗତ ମହାନଦୀ ଯୋବ୍ରା ବ୍ୟାରେଜରୁ ନଦୀକୁ ଖସିପଡିଥିବା ଜଣେ ଯୁବତୀଙ୍କୁ ରବିବାର ଦିନ ୨ଟାରେ ଉଦ୍ଧାର କରାଯାଇଛି। ଉଦ୍ଧାର ଯୁବତୀ ଜଣକ ହେଉଛନ୍ତି କଟକ କଲେଜ ଛକ ଅଞ୍ଚଳର ବୋଲି ଜଣାପଡିଛି। ଯୋବ୍ରା ପାର୍କରେ କାର୍ଯ୍ୟରତ କର୍ମଚାରୀ ଓ ତାଙ୍କ ପତ୍ନୀଙ୍କ ସାହାସିକତା କାର୍ଯ୍ୟ ଯୋଗୁ ଯୁବତୀଙ୍କ ଗୋଟିଏ ଜୀବନ ରକ୍ଷା ଯାଇଛି।