ଛତ୍ରପୁର: ବ୍ରହ୍ମପୁର ହିଲ୍ ପାଟଣା ସ୍ଥିତ ସିଦ୍ଧି ବିନାୟକ ପୀଠରେ ରକ୍ତଦାନ ଶିବିର ଅନୁଷ୍ଠିତ, ଯୋଗଦେଲେ ବ୍ରହ୍ମପୁର ବିଧାୟକ ଓ ମେୟର
ରୁବେନ ଚାରିଟେବୁଲ ଟ୍ରଷ୍ଟ ତରଫରୁ ରକ୍ତ ଅଭାବ କୁ ଦୃଷ୍ଟି ରେ ରଖି ଅନୁଷ୍ଠାନର ଯୁବକ ବନ୍ଧୁ ମାନଙ୍କ ଦ୍ୱାରା ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ରବିବାର ମଧ୍ୟାହ୍ନରେ ଅନୁଷ୍ଠିତ ଶିବିରକୁ ବ୍ରହ୍ମପୁର ବିଧାୟକ କେ ଅନୀଲ କୁମାର, ମେୟର ସଂଘମିତ୍ରା ଦଳେଇ, ପୂର୍ବତନ ବ୍ରହ୍ମପୁର ବିଧାୟକ ଡା ରମେଶ ଚନ୍ଦ୍ର ଚ୍ଯାଉ ପଟ୍ଟନାୟକଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ଶୁଭାରମ୍ଭ କରିଥିଲେ।