ଗୋବିନ୍ଦପୁର: ସର୍ଗିଡିହି ଠାରେ ଚିତି ସାପ କାମୁଡ଼ାରେ ଜଣେ ଯୁବକ ଆହତ
ବାମରା ବ୍ଲକ ଅନ୍ତର୍ଗତ ସର୍ଗିଡିହି ଠାରେ ଚିତି ସାପ କାମୁଡ଼ାରେ ଜଣେ ଯୁବକ ଆହତ ହୋଇଥିବା ବେଳେ ତାଙ୍କୁ ମେଡ଼ିକାଲ ରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ ସର୍ଗୀଡିହି ଗ୍ରାମର କେଶବ ଛତ୍ରିଆ ମଙ୍ଗଳବାର ସନ୍ଧ୍ୟା ପ୍ରାୟ ୭ ଟାରେ ନିଜ ଘରକୁ ଫେରି ଘର କୋଠରୀ ଭିତରକୁ ପଶୁଥିବା ବେଳେ,ଏକ ଚିତି ସାପ ତାଙ୍କ ବାମ ଗୋଡ଼ରେ କାମୁଡି ଦେଇଥିଲା। ପାଖରେ ଥିବା ସାଙ୍ଗ ମାନେ ତାଙ୍କୁ ଉଦ୍ଧାର କରି ଗୋବିନ୍ଦପୁର ଡାକ୍ତରଖାନାକୁ ନେଇଥିବା ବେଳେ ସେଠାରେ ପ୍ରାଥମିକ ଚିକିତ୍ସା କରାଯାଇ ତାଙ୍କୁ ସୁନ୍ଦରଗଡ଼ ମେଡିକାଲ କଲେଜ ହସ୍ପିଟାଲକୁ ରେଫର କରାଯାଇଛି।