ଗଞ୍ଜାମ ଜିଲ୍ଲାର ବିଭିନ୍ନ ପର୍ଯ୍ଯଟନ ସ୍ଥଳୀର ବିକାଶ ପାଇଁ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି। ଖଲ୍ଲିକୋଟ ବ୍ଲକର ନାରାୟଣୀ ମନ୍ଦିର, ପୋଲସରା ବ୍ଲକର ମାରଦା ମନ୍ଦିର, ବୁଗୁଡା ବ୍ଲକର ବୁଦ୍ଧଖୋଲ ଆଦି ବିଭିନ୍ନ ପର୍ଯ୍ଯଟନ ସ୍ଥଳୀର ବିକାଶ ପାଇଁ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଗଞ୍ଜାମ ଜିଲ୍ଲାପାଳ ଭି କିର୍ତ୍ତି ଭାସନ ।ବୁଧବାର ପୂର୍ବାହ୍ନରେ ଛତ୍ରପୁର ସ୍ଥିତ ନିଜ କାର୍ଯ୍ୟାଳୟରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ଜିଲ୍ଲାପାଳ।