ହିନ୍ଦୋଳ: ପ୍ରିୟ ଅନୁଷ୍ଠାନ ଓ କଳିଙ୍ଗ ଚକ୍ଷୁ ହସ୍ପିଟାଲ୍ ଆନୁକୂଲ୍ୟରେ ଚକ୍ଷୁ ପରୀକ୍ଷା ଶିବିର କାର୍ଯ୍ୟାଳୟରେ ଅନୁଷ୍ଠିତ
ଢେଙ୍କାନାଳସ୍ଥିତ ‘ପ୍ରିୟ’ କାର୍ଯ୍ୟାଳୟର ଭିକାରୀ ଓ ନିରାଶ୍ରୟ ପୁନର୍ବାସ କେନ୍ଦ୍ର ଓ କଳିଙ୍ଗ ଚକ୍ଷୁ ହସ୍ପିଟାଲ, ଢେଙ୍କାନାଳର ମିଳିତ ଆନୁକୂଲ୍ୟରେ ଏକ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଅଛି । ଏହି ଶିବିରରେ ୧୬୭ ଜଣ ଲୋକଙ୍କର ଚକ୍ଷୁ ପରୀକ୍ଷା କରାଯାଇ ଚଷମା, ଆଖି ଔଷଧ ଇତ୍ୟାଦି ବଂଟନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମଟି ‘ପ୍ରିୟ’ ର ନିର୍ଦେଶକ ଟଙ୍କଧର ବାରିକଙ୍କ ଉପସ୍ଥିତିରେ ପରିଚାଳିତ ହୋଇଯାଇଅଛି । ‘ପ୍ରିୟ’ ର ସମସ୍ତ କର୍ମକର୍ତା ତଥା ଇଲନ ପ୍ରଭା ସେନାପତି, ଅନ୍ନପୂର୍ଣ୍ଣା ଧଳ, ସୋନାଲି ଧଳ, ସାଗତିକା ରାଉତ, ସୌଭାଗ୍ୟଲକ୍ଷ୍ମୀ ତରାଇ, ଲକ୍ଷ୍ମୀପ୍ରିୟା ନାୟକ, ବର୍ଷାରା