ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସପିଟାଲରେ କାର୍ଯ୍ୟରତା ପ୍ରଶାସିକାଙ୍କ ମନମୁଖି କାର୍ଯ୍ୟକଳାପ ଦିନକୁ ଦିନ ବଢ଼ିଚାଲିଛି। ମେଡିକାଲ କର୍ମଚାରୀଙ୍କୁ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ କରି ନ୍ୟାୟ ପ୍ରଦାନ ନିମନ୍ତେ ପାରା ମେଡିକାଲ ଷ୍ଟାଫ ଓ ନର୍ସିଂ ଅଫିସର ମାନେ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି। ପ୍ରଶାସନିକ ଅଧିକାରୀ ( ରେଜିଷ୍ଟର ଆଡମିନ) ୨୦୨୩ ମସିହାରୁ ନୂତନ ଭାବେ କୋରାପୁଟ ମେଡିକାଲ କଲେଜରେ ଯୋଗଦାନ କରିବା ପରଠାରୁ ବିଭିନ୍ନ ସମୟରେ ପାରା ମେଡିକାଲ ଓ ନର୍ସିଂ ଅଫିସର ମାନଙ୍କୁ ସୋ କଜ ନୋଟିସ ମାଗି ସେମାନଙ୍କୁ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ କରିଛନ୍ତି। ନିଜ କ୍ଷମତାର ଦୁରୁପଯୋଗ କରି ମେଡିକାଲ ଅଧିକ୍ଷକଙ୍କ ଅଜାଣତରେ ତାଙ୍କ ପ୍ୟାଡ ବ୍ୟବହାର କରି ପାରା ମେଡିକାଲ କର୍ମଚାରୀ ମାନଙ୍କୁ ସୋ କଜ ନୋଟିସ ମାଗୁଥିବା ନସିଂ ଅଫିସର ଆସୋସିଏସନ କୋରାପୁଟ ଶାଖାର ସାଧ