ଗୋପାଳପୁର: ଆସିକା ଡ଼ଉଗାଁ ଛକ ରେ ଅବକାରୀ ବିଭାଗ ପକ୍ଷରୁ ଚଢାଉ, ୬୫ କିଲୋ ଗଞ୍ଜେଇ ଜବତ, ଆମ୍ବପୁଆ ଠାରେ ପ୍ରତିକ୍ରିୟା ରଖିଲେ ଅବକାରୀ ଅଧିକ୍ଷକ
ଅବକାରୀ କମିଶନରଙ୍କ ନିର୍ଦ୍ଦେଶ କ୍ରମେ ଗଞ୍ଜାମ ଜିଲ୍ଲାରେ ଚାଲିଛି ସ୍ପେଶାଲ ଡ୍ରାଇଭ। ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲା ଆସିକା ଡ଼ଉଗାଁ ଛକ ରେ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ୬୫ କିଲୋ ଗଞ୍ଜେଇ ଜବତ କରାଯାଇଛି। ମାମଲାରେ ସମ୍ପୃକ୍ତ ଜଣେ ମହିଳା ଓ ୩ ଯୁବକ ଗିରଫ ହୋଇଥିବା ସୂଚନା ମିଳିଛି। ଗୋଟିଏ ବୋଲେରୋ ସହ କାର ଜବତ କରାଯାଇଛି ।ମଂଗଳବାର ଅପରାହ୍ନରେ ଆମ୍ବପୁଆ ସ୍ଥିତ ଅବକାରୀ କାର୍ଯ୍ୟାଳୟରେ ପ୍ରତିକ୍ରିୟା ରଖିଛନ୍ତି ଅବକାରୀ ଅଧିକ୍ଷକ।