କଣିହାଁ ସମଲ ଥାନା ନିକଟ ମା ତାରିଣୀ ମନ୍ଦିରରୁ ମାଙ୍କ ସୁନା ଅଳଙ୍କାର ଚୋରି । ମନ୍ଦିରରେ ଲାଗିଥିବା ସିସିଟିଭିରେ ଚୋରି ଦୃଶ୍ୟ କଏଦ । ସୂଚନା ଅନୁସାରେ ଗତକାଲି ଦିନ ୪ଟା ବେଳେ ଜଣେ ଦୁର୍ବୁତ୍ତ ଥାନା ପାଖରେ ଥିବା ମା ତାରିଣୀ ମନ୍ଦିରରୁ ସୁନା ଅଳଙ୍କାର ଚୋରି କରି ନେଇଛି । ଆଜି ଘଟଣା ସଂପର୍କରେ ଜଣା ପଡ଼ିବା ପରେ ପୂର୍ବାହ୍ନ 11 ଟା ରେ ମନ୍ଦିର କମିଟି ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ ହୋଇଛି । ପୋଲିସ ସିସିଟିଭି ଭିଡିଓ ଯାଞ୍ଚ କରିବା ସହ ମାମଲା ରୁଜୁ କରି ତଦନ୍ତ କରୁଛି।