କେନ୍ଦ୍ରାପଡା: ପାଟକୁରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ "ସୁସ୍ଥ ନାରୀ ସଶକ୍ତ ପରିବାର" କାର୍ଯ୍ୟକ୍ରମ ଅନୁଷ୍ଠିତ
କେନ୍ଦ୍ରାପଡା ଜିଲ୍ଲାର ପାଟକୁରା ମେଡିକାଲ ବା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ‘ସୁସ୍ଥ ନାରୀ – ସଶକ୍ତ ପରିବାର’ ରାଷ୍ଟ୍ରୀୟ ଅଭିଯାନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ନାରୀମାନଙ୍କ ସ୍ୱାସ୍ଥ୍ୟ ସଚେତନତା, ପରିବାରର ସୁସ୍ଥତା ଓ ସମାଜର ସାମୁହିକ ଉନ୍ନତି ବିଷୟରେ ବିଭିନ୍ନ ପ୍ରକାର ଆଲୋଚନା ହୋଇଥିଲା ।ଏହି ଅବସରରେ ମୁଖ୍ୟ ଅତିଥି ଭାବେ ବିଜେପି ରାଜ୍ୟ ମୁଖପାତ୍ର ତେଜେଶ୍ୱର ପରିଡା ଉପସ୍ଥିତ ରହି, ନାରୀମାନଙ୍କ ସ୍ୱାସ୍ଥ୍ୟରେ ସଚେତନ ହେବାର ପ୍ରୟୋଜନୀୟତା ଉପରେ ଆଲୋଚନା କରିଥିଲେ ।