ରାଉରକେଲାରୁ ହାୱଡା ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ୍କୁ ଗତ ବିଳମ୍ବିତ ରାତିରେ ପଥରମାଡ଼ ହୋଇଛି। ରାଉରକେଲା ଠାରୁ କିଛି ଦୂରରେ ପଥର ମାଡ ହୋଇଛି। ଟ୍ରେନ୍ର କୋଚ୍ ସଂଖ୍ୟା ସି-୧୩ରେ ଥିବା ସିଟ୍ ସଂଖ୍ୟା ୨୩ ନିକଟସ୍ଥ ଝରକା କାଚକୁ କୌଣସି ଅଜ୍ଞାତ ବ୍ୟକ୍ତି ପଥର ମାଡ଼ କରିଥିବା ସୂଚନା ମିଳିଛି। ଫଳରେ ଝରକା କାଚଟି ଭାଙ୍ଗିଯାଇଥିଲା। ଟ୍ରେନ୍ଟି ରାଉରକେଲା ଷ୍ଟେସନ୍ରୁ ହାୱଡ଼ା ଅଭିମୁଖେ ଯାତ୍ରାରମ୍ଭ କରିବାର କିଛି ସମୟ ପରେ ଏହି ଘଟଣା ଘଟିଛି।