କଦମ୍ବ ପଡ଼ିଆରେ ଭୀମଭୋଇ ଲୋକ ମହୋତ୍ସବ ଉଦଘାଟିତ ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ସହରର କଦମ୍ବ ପଡ଼ିଆରେ ଗୁରୁବାର ସଂଧ୍ୟାରେ ପ୍ରଥମ ଭୀମଭୋଇ ଲୋକ ମହୋତ୍ସବ ଉଦଘାଟିତ ହୋଇଯାଇଛି । ପ୍ରଥମେ ପଞ୍ଚଖଣ୍ଡା ମନ୍ଦିରରୁ ଦୁଲ ଦୁଲି , ଦଣ୍ଡ ନୃତ୍ୟ ,ଓ ଖଞଣୀର ତାଳେ ତାଳେ ଏକ ବିଶାଳ ଶୋଭାଯାତ୍ରାରେ ସହର ପରିକ୍ରମା କରି ମହୋତ୍ସବ ସ୍ଥାନକୁ ଆସିଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଭୀମଭୋଇ ମହୋତ୍ସବ ର ଅଧ୍ୟକ୍ଷ ତଥା ଉପ ଜିଲ୍ଲାପାଳ ରଶ୍ମିରଞ୍ଜନ ମହନ୍ତ , ସମ୍ମାନୀତ ଅତିଥି ଭାବେ ଏନଏସି ଅଧ୍ୟକ୍ଷ ଶିବରାମ , ଉପାଧ୍ୟକ୍ଷା ଅନୁସୟା ପ୍ରଧାନ , ରେଢ଼ାଖୋଲ ବ୍ଳକ ଅଧ୍ୟକ୍ଷ ପ୍ରଦୀପ ପ୍ରଧାନ , ନାକଟିଦେଉ