ତାଳଚେର ଭୁବନେଶ୍ବରୀ କୋଇଲା ଖଣି ଦ୍ବାରା ଅରଖପାଳ ଗ୍ରାମକୁ ଏମ୍ସିଏଲ୍ ଦ୍ବାରା ହେବାକୁ ଥିବା ସର୍ଭେ କାର୍ଯ୍ୟକୁ ନେଇ ଗ୍ରାମର ସପକ୍ଷବାଦି ଓ ବିପକ୍ଷବାଦୀଙ୍କ ମଧ୍ୟରେ ଛକାପଞ୍ଝା ପରିସ୍ଥିତି ଦେଖିବାକୁ ମିଳିଛି । ତେବେ ସପକ୍ଷ ବାଦୀ ପକ୍ଷରୁ ସର୍ଭେ କାର୍ଯ୍ୟ କରିବାକୁ ଦାବି ହୋଇ ଆସୁଥିବା ବେଳେ ଏହାକୁ ବିରୋଧ କରିଛନ୍ତି ବିପକ୍ଷବାଦୀ। ଗ୍ରାମର ସପକ୍ଷ ବାଦୀଙ୍କ କିଛି ମହିଳା ଓ ପୁରୁଷ ଏକତ୍ରିତ ହୋଇ ଖଣି ସର୍ଭେ କାର୍ଯ୍ୟ କରିବାକୁ ମନସ୍ଥ କରିଥିବା ବେଳେ ଅନ୍ୟ ପଟେ ଗ୍ରାମ ଶେଷ ଭାଗରେ ବିପକ୍ଷ ବାଦୀଙ୍କର ଶହ ଶହ ମହିଳା ଓ ପୁରୁଷ ଧାରଣା ଦେବା ସହିତ ବିକ୍ଷୋଭ ପ୍ରଦର୍ଶନ କରିଥି